audio audioduration (s) 1.81 18.5 | text stringlengths 18 155 | gender class label 1 class |
|---|---|---|
ଗଛ ବଞ୍ଚିଲେ, ଆମେ ବଞ୍ଚିବା । | 0female | |
ନିଇତି ସଞ୍ଜହେଲେ, ଜେଜୀମା ଗପ କହନ୍ତି । | 0female | |
ପିଲାଏ ଉଠନ୍ତି ନାହିଁ କି ଜେଜୀମା’ର ଗପ ସରେ ନାହିଁ । | 0female | |
କିନ୍ତୁ ସବୁ କାହାଣୀର ଆରମ୍ଭ କିମ୍ବା ଶେଷ ହୋଇଥାଏ, ଅଗନାଅଗନି ବନସ୍ତରେ । | 0female | |
ବଣ ଜଙ୍ଗଲର କଥା ନ ଥାଇ, ଜେଜୀମା’ର କାହାଣୀ ନାହିଁ । | 0female | |
ଉପରେ ଖରା ପଡ଼ିଲେ, ତଳେ ଖାଲି ଛାଇ ପଡ଼େ । | 0female | |
ଗଛଡ଼ାଳରୁ ତଳକୁ ମୁହଁକରି ଶିକାର ପାଇଁ ଝୁଲି ରହିଥାଏ, ଉପାସିଆ ଅଜଗରଟା । | 0female | |
ସେଇ ବଣରେ ସୂର୍ଯ୍ୟ ଉଏଁ ଡେରିରେ, ସଞ୍ଜ ଆସେ ବେଳ ଥାଉ ଥାଉ । | 0female | |
ଦିନେ ଯେଉଁ ଅଗନାଅଗନି ବନସ୍ତରେ ବାଘମାମୁଁ ହେଣ୍ଟାଳ ମାରି ବୁଲୁଥୁଲା, ସେଠି ଆଜି ବିଲୁଆ ଛୁଆଟିଏ ବି ଦେଖିବାକୁ ମିଳୁନାହିଁ । | 0female | |
ପଶୁରାଜ ସିଂହ ଆଉ ସେ ବଣର ରାଜା ନୁହନ୍ତି । | 0female | |
ଘଞ୍ଚ ଜଙ୍ଗଲ ଥିଲା ଆମ ବାଘମାମୁଁର ବାସସ୍ଥଳୀ । | 0female | |
ସେଇ ପ୍ରାକୃତିକ ସମ୍ପଦଭରା, ବଣ ରାଇଜରେ ରାଜୁତି ଚାଲିଥିଲା, ପଶୁରାଜ ସିଂହ ଆଉ ମହାବଳ ବାଘର । | 0female | |
ମହାବଳ ବାଘ ଆଜି ମଣିଷ ଦୟାରୁ, ତା’ର ବଂଶକୁ ବଞ୍ଚେଇ ରଖିଛି । | 0female | |
ଏଇଥୁରୁ ଜଣାପଡ଼େ, ଆମ ଜଙ୍ଗଲ ସମ୍ପଦର ସ୍ୱରୂପ, ଆମ ଅଗନାଅଗନି ବନସ୍ତର, ଦୂରାବସ୍ଥା । | 0female | |
ଜଙ୍ଗଲ ପରିମାଣ କମିଯିବାରୁ ବର୍ଷା କମିଛି । | 0female | |
ମାଟିତଳେ ଜଳସ୍ତର, ତଳକୁ ଖସିଚାଲିଛି । | 0female | |
ଅଧିକ ମାଟି ଧୋଇ ହୋଇ ମୃତ୍ତିକା, କ୍ଷୟ ଘଟିଛି । | 0female | |
ତେଣୁ ଆମ ସବୁଜ ସୁନ୍ଦର ପୃଥିବୀ ପାଇଁ, ଜଙ୍ଗଲ କ୍ଷୟର କୁପରିଣାମ, କେତେ ଭୟଙ୍କର, ତାହା ସହଜରେ ଅନୁମାନ କରିହୁଏ । | 0female | |
ବଣ ଜଙ୍ଗଲରେ ହିଁ ପ୍ରଥମେ ଆଦିମ ମାନବ ବାସ କରୁଥିଲା । | 0female | |
ବଣ ଜଙ୍ଗଲରୁ, ଆମେ ବହୁପ୍ରକାର ସୁବିଧା ପାଇଥାଉ । | 0female | |
ତେଣୁ ବାସ୍ତବରେ ବଣ ଜଙ୍ଗଲକୁ କୁହାଯାଏ ସବୁଜ ସୁନା । | 0female | |
ବାଘମାମୁଁର ସେଇ ପୁରୁଣା ଉଜୁଡ଼ାଘରକୁ ଆମକୁ ସଜାଡ଼ିବାକୁ ହେବ । | 0female | |
ବଣ ଜଙ୍ଗଲ ଆମର କେତେ ଯେ ଉପକାର କରେ, ତାହା କଳନା କରି ହେବ ନାହିଁ । | 0female | |
ଏକ ଅକୁହା ଆବେଗରେ ଉଲ୍ଲସିତ ହୋଇଉଠେ ତା’ର ପ୍ରାଣ । | 0female | |
ଜଙ୍ଗଲକୁ ସବୁଜ ସୁନା କୁହାଯାଏ ଠିକ୍ ଯେମିତି ପେଟ୍ରୋଲିୟମ୍କୁ କୁହାଯାଏ ତରଳ ସୁନା, ଆଉ କୋଇଲାକୁ କୃଷ୍ଣହୀରକ ବା କଳାହୀରା । | 0female | |
ଜଙ୍ଗଲକୁ ସବୁଜ ସୁନା କହିବାର ଯଥେଷ୍ଟ କାରଣ ରହିଛି । | 0female | |
କେବଳ ଯେ ବଣ ଜଙ୍ଗଲ ରଙ୍ଗରେ ସବୁଜ, ଆଉ ଏହା ସୁନାପରି ମୂଲ୍ୟବାନ୍, ଏତିକି କହିଦେଲେ ହେବନାହିଁ । | 0female | |
ଜଙ୍ଗଲର ଉପକାରିତା, ଏହାଠାରୁ ଅନେକ୍ ଗୁଣରେ ବେଶି । | 0female | |
ଘର ତିଆରି ପାଇଁ ଜଙ୍ଗଲରୁ କାଠ କଟାଯାଇଥାଏ । | 0female | |
ଘରୋଇ ଉପକରଣ ପାଇଁ ଆମେ କାଠ ବାଉଁଶ ଓ ବେତ ବ୍ୟବହାର କରିଥାଉ । | 0female | |
ବଣ ଜଙ୍ଗଲରେ ବିଭିନ୍ନ ପ୍ରକାର ଖାଦ୍ୟ ଉପଯୋଗୀ ଫଳମୂଳ ମିଳିଥାଏ । | 0female | |
ସବାଇ ଘାସ ଓ ବାଉଁଶରୁ, କାଗଜ ତିଆରି ହୁଏ । | 0female | |
ଏହା ବଣ ଜଙ୍ଗଲରୁ ସଂଗ୍ରହ କରାଯାଏ । | 0female | |
ଘର ସଫା କରିବା ପାଇଁ ଫୁଲଝାଡ଼ୁ, ଓ ଖଲି ସିଇଁବା ପାଇଁ ଶିଆଳି ପତ୍ର ବଣରୁ ମିଳିଥାଏ । | 0female | |
କରଞ୍ଜ ଓ ଶାଳ ମଞ୍ଜିରୁ, ତେଲ ମିଳେ । | 0female | |
ଏହା ବନସ୍ପତି ଘିଅ, ଓ ସାବୁନ୍ ତିଆରିରେ ଲାଗେ । | 0female | |
କେତେକ ଅଞ୍ଚଳରେ ରେଶମ କୀଟର କୋଷା ମଧ୍ୟ ଜଙ୍ଗଲରୁ ମିଳିଥାଏ । | 0female | |
ଆୟୁର୍ବେଦ ଚିକିତ୍ସା, ବଣ ଜଙ୍ଗଲର ଗଛଲତାରୁ ହିଁ ଜନ୍ମ ନେଇଛି । | 0female | |
ବଣ ଜଙ୍ଗଲର ପରିସଂସ୍ଥାରେ, ଅନେକ୍ ଜାତିର ପ୍ରାଣୀ ବାସ କରନ୍ତି। | 0female | |
ଜଙ୍ଗଲରେ ଆକାଶଛୁଆଁ ବୃକ୍ଷରାଜି ଥାଆନ୍ତି । | 0female | |
ତେଣୁ ଜଙ୍ଗଲର ଉପରିଭାଗ ବାୟୁରେ, ଜଳୀୟବାଷ୍ପର ମାତ୍ରା ଅଧିକ ଥାଏ । | 0female | |
ଏହି ବାଷ୍ପ, ଜଳକଣାରେ ପରିଣତ ହୋଇ ଶୀତଳତା ଦିଏ । | 0female | |
ସାଧାରଣତ ମେଘ ସୃଷ୍ଟି କରୁଥିବା, ଜଳୀୟବାଷ୍ପମାନ, ଉଚ୍ଚ ପାହାଡ଼ ପର୍ବତରେ ଧକ୍କା ଖାଇଥାଏ । | 0female | |
ଏଥିରୁ ଜଣାଯାଏ ବର୍ଷା କରିବାରେ ବଣ ଜଙ୍ଗଲର ଗଛପତ୍ର ସାହାର୍ଯ୍ୟ କରେ । | 0female | |
ଗଛଲତାମାନେ ସେମାନଙ୍କ ସବୁଜପତ୍ର ଦ୍ଵାରା, ନିଜ ନିଜର ଖାଦ୍ୟ ରନ୍ଧନ କରିଥାନ୍ତି । | 0female | |
ଗଛ ଖାଦ୍ୟ ରାନ୍ଧିଲାବେଳେ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରେ, ଓ ଅମ୍ଳଜାନ ବାଷ୍ପ ଛାଡ଼ିଥାଏ । | 0female | |
ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତ ଶ୍ଵାସକ୍ରିୟାରେ ଅମ୍ଳଜାନ ଦରକାର କରନ୍ତି । | 0female | |
ଅମ୍ଳଜାନ ବିନା କେହି ବଞ୍ଚିପାରିବେ ନାହିଁ, କାରଣ ଆମେ ଅହରହ ଅମ୍ଳଜାନ ଗ୍ରହଣ କରୁ । | 0female | |
ନିଆଁ ଜାଳିବା ପାଇଁ ମଧ୍ୟ ଅମ୍ଳଜାନ ନିହାତି ଆବଶ୍ୟକ । | 0female | |
ତେଣୁ ଅମ୍ଳଜାନ ବିନା ରୋଷେଇ କରି ହେବ ନାହିଁ । | 0female | |
ଏପରିକି ଅମ୍ଳଜାନ ନଥିବା ସ୍ଥାନରେ, ଡିଆସିଲି କାଠି ମାରିଲେ ବି ତାହା ଜଳିବ ନାହିଁ । | 0female | |
ଚନ୍ଦ୍ର ପୃଷ୍ଠରେ ଅମ୍ଳଜାନ ନଥିବାରୁ ସେଠାରେ ନିଆଁ ଜଳିବ ନାହିଁ । | 0female | |
ଅଙ୍ଗାରକାମ୍ଳ ଆମ ପାଇଁ ଏକ କ୍ଷତିକାରକ ବାଷ୍ପ । | 0female | |
ଆଜିକାଲି କଳକାରଖାନାର ଚିମ୍ନି ଧୂଆଁରେ ଏବଂ ଗାଡ଼ି ମଟର ଧୂଆଁରେ, ବହୁ ପରିମାଣର ଅଙ୍ଗରାକାମ୍ଳ ବାଷ୍ପ ବାୟୁରେ ମିଶିଥାଏ । | 0female | |
ତେଣୁ ବାୟୁମଣ୍ଡଳରେ ଦିନକୁଦିନ ଅଙ୍ଗରାକାମ୍ଳର ପରିମାଣ ବଢ଼ିବାରେ ଲାଗିଛି । | 0female | |
ଅଙ୍ଗରାକାମ୍ଳ ବାଷ୍ପ ବାୟୁମଣ୍ଡଳର ତାପମାତ୍ରାକୁ ଧରି ରଖେ । | 0female | |
ପୃଥିବୀ ବାୟୁମଣ୍ଡଳରେ ଅଙ୍ଗରାକାମ୍ଳର ପରିମାଣ ବଢ଼ିଲେ, ପୃଥିବୀର ତାପମାତ୍ରା ମଧ୍ୟ ବଢ଼ିଥାଏ । | 0female | |
ବର୍ତ୍ତମାନ୍ ଏହା ଏକ ଜଟିଳ ସମସ୍ୟା ରୂପେ ମୁଣ୍ଡ ଟେକିଛି । | 0female | |
ବାୟୁମଣ୍ଡଳର ତାପମାତ୍ରା ଏମିତି କ୍ରମାଗତ ବଢ଼ିଚାଲିଲେ, ପୃଥିବୀର ମେରୁ ବରଫ ତରଳିବାକୁ ଲାଗିବ । | 0female | |
ଆମ ସ୍ଥଳଭାଗରେ ଥିବା ମଧୁର ଜଳର, ବହୁଭାଗ ଜଳ, ମେରୁ ବରଫ ଆକାରରେ ରହିଛି । | 0female | |
ଏମିତି ହେଲେ ତ ସମୁଦ୍ରକୁଳିଆ ସହର ନଗର ଜନବସତି ସବୁ ସମୁଦ୍ରରେ ବୁଡ଼ିଯିବ । | 0female | |
ପୃଥିବୀ ପୃଷ୍ଠରେ ସ୍ଥଳଭାଗ କମିଯିବ, ଜଳଭାଗ ବିସ୍ତାର ଲାଭ କରିବ । | 0female | |
କିନ୍ତୁ, ଏତେ ସବୁ ସମସ୍ୟା ସୃଷ୍ଟିହେବାରୁ, ଆମକୁ ରକ୍ଷାକରିଥାଏ, ଏଇ ବଣ ଜଙ୍ଗଲ । | 0female | |
ଗଛ ଖାଦ୍ୟପ୍ରସ୍ତୁତ ସମୟରେ, ବାୟୁମଣ୍ଡଳରୁ ଅଙ୍ଗରାକାମ୍ଳ ଗ୍ରହଣ କରିନେଇ, ତା’ ବଦଳରେ ଅମ୍ଳଜାନ ବାଷ୍ପ ଛାଡ଼ିଥାଏ । | 0female | |
ତେଣୁ ଆମ ବାୟୁମଣ୍ଡଳରୁ ଅଙ୍ଗରାକାମ୍ଳ କମିଯାଏ, ଏବଂ ସରି ଆସୁଥୁବା ଅମ୍ଳଜାନର ଭରଣା ହୁଏ । | 0female | |
ବାୟୁରେ ଅଙ୍ଗରାକାମ୍ଳ ଓ ଅମ୍ଳଜାନର ପରିମାଣରେ ସ୍ଥିରତା ଆସେ । | 0female | |
ତେଣୁ ବଣ ଜଙ୍ଗଲ ଏହିପରି ଭାବେ ପ୍ରାଣୀ ଜଗତକୁ ଉଭୟ ଖାଦ୍ୟ, ଓ ଅମ୍ଳଜାନ ଯୋଗାଇ ବଞ୍ଚାଇ ରଖେ । | 0female | |
ଆମପାଇଁ ବଣ ଜଙ୍ଗଲର ଆଉ ଏକ ଉପକାରିତା ହେଲା ମୃତ୍ତିକା ସଂରକ୍ଷଣ । | 0female | |
ଗଛପତ୍ର ଥିବା ସ୍ଥାନରେ, ବର୍ଷାଜଳ ଭୂଇଁରେ ନ ପଡ଼ି ସାଧାରଣତ ଗଛପତ୍ର ଉପରେ ପଡ଼େ । | 0female | |
ଗଛମାନଙ୍କର ଚେର ମାଟିକୁ ଏମିତି ଜାବୁଡ଼ି ଧରିଥାଏ ଯେ, ମାଟି ଧୋଇ ହୋଇଯାଇପାରେ ନାହିଁ । | 0female | |
ଗଛପତ୍ର ଥିବା ଭୂଇଁର ମାଟିକୁ, ଖରାଦିନେ ପବନ ଉଡ଼େଇ ନେଇପାରେ ନାହିଁ । | 0female | |
ଆମ ଭୂପୃଷ୍ଠର, ଉପରିଭାଗର ମାଟି ସବୁଠାରୁ ଉର୍ବର । | 0female | |
ଏହି ମାଟି ଧୋଇହୋଇ, ନଦୀ ସମୁଦ୍ରକୁ ଚାଲିଗଲେ, ସମୁଦ୍ର ପୋତି ହେଇଯିବ । | 0female | |
ସମୁଦ୍ର ଜଳ ପାଇଁ ଅଧିକ ସ୍ଥାନ ଦରକାର ହେବ, ଏବଂ ଜଳଭାଗ ଭୂମି ଆଡ଼କୁ ଆହୁରି ମାଡ଼ି ଆସିବ । | 0female | |
କିନ୍ତୁ, ଆମ ବଣଜଙ୍ଗଲ ଅନେକାଂଶରେ ଏହି ସମସ୍ୟାର ସମାଧାନ କରିଥାଏ । | 0female | |
ବଣଜଙ୍ଗଲ ନଥିଲେ, ତ ଆହୁରି କେତେ ମାଟି ସମୁଦ୍ରକୁ ଚାଲିଯା’ନ୍ତା । | 0female | |
ବଣଜଙ୍ଗଲ ଅନେକ୍ ଜାତିର ପଶୁପକ୍ଷୀଙ୍କ ବାସସ୍ଥଳୀ । | 0female | |
ତେଣୁ ବଣ ମୂଲକରେ ଖାଦ୍ୟର ଅଭାବ ନାହିଁ । | 0female | |
ଶାକାହାରୀ ପଶୁମାନେ, ଗଛଲତାର ସବୁଜ କଅଁଳ ପତ୍ର ଖାଇ ଜୀବନ ଧାରଣ କରନ୍ତି । | 0female | |
ମାଂସାଶୀ ପ୍ରାଣୀମାନେ, ଅନ୍ୟ ପ୍ରାଣୀଙ୍କୁ ଶିକାର କରି ବଞ୍ଚନ୍ତି । | 0female | |
ବଣରାଇଜରେ ବଣୁଆ ଜୀବମଣ୍ଡଳ ଭିତରେ, ଏକ ଖାଦ୍ୟ-ଖାଦକ ସମ୍ପର୍କ ଜାରି ରହିଥାଏ । | 0female | |
ବଣୁଆ ଜୀବଜନ୍ତୁ ମଧ୍ୟ ଆମ ପରିବେଶର, ଏକ ଅଙ୍ଗ । | 0female | |
ଏଠାରେ ଥିବା ଗଛଲତା, ଓ ପ୍ରାଣିଜଗତ, ଦୁହେଁ ଦୁହିଁଙ୍କ ପାଇଁ ବେଶ୍ ଦରକାରୀ । | 0female | |
ବାଘଭାଲୁ ଭଳି, ହିଂସ୍ର ଜନ୍ତୁ ଡରରେ, ଲୋକେ ଘଞ୍ଚ ଜଙ୍ଗଲଠାରୁ ଦୂରେଇ ରୁହନ୍ତି । | 0female | |
ଏହାର ନିଛାଟିଆ ନିରୋଳା ଅନୁଭବ, ଆମ ମନ ଗହନରେ ଅପୂର୍ବ ଭାବନା ସୃଷ୍ଟି କରେ । | 0female | |
ଗଛ ବଞ୍ଚିଲେ ଆମେ ବଞ୍ଚିବା, ତଥାପି ଜଙ୍ଗଲ କଟା ଚାଲିଛି । | 0female | |
ଜଙ୍ଗଲ ଥିଲା ଆଦିମ ମଣିଷର ବାସସ୍ଥଳୀ । | 0female | |
ସେଇଠୁ ପଥର ଗୁମ୍ଫା, ଆଉ ଗଛ କୋରଡ଼ ଥିଲା ତା’ର ଘର । | 0female | |
ବଣୁଆ ପଶୁପକ୍ଷୀର ମାଂସ, ଆଉ ଫଳମୂଳ ଥିଲା ତା’ର ଆହାର । | 0female | |
ତା’ପରେ ସିନା ମଣିଷ ଚାଷବାସ କରି ଶିଖିଲା, ସଭ୍ୟ ହେଲା । | 0female | |
ମଣିଷ, ବଣଜଙ୍ଗଲକୁ ହାଣିକାଟି ପଦା କରିବାରେ ଲାଗିଛି । | 0female | |
ଜଙ୍ଗଲ ଯେ ପରିବେଶ ଓ ସମଗ୍ର ଜୀବମଣ୍ଡଳର ରକ୍ଷା କବଚ, ଏକଥା ସମସ୍ତେ ଜାଣନ୍ତି । | 0female | |
ଜଙ୍ଗଲ କ୍ଷୟ କାରଣରୁ, ପୃଥିବୀର ପରିବେଶ, ଏବେ ଦାରୁଣ ଭାବେ ବିପର୍ଯ୍ୟୟଗ୍ରସ୍ତ, ଏକଥା ବି ଆମକୁ ଜଣା । | 0female | |
ଆମ ପରିବେଶର ଅବସ୍ଥା ଯାହା, ଲେଡ଼ିଗୁଡ଼ କହୁଣିକୁ ବୋହିବାକୁ ଲାଗିଛି । | 0female | |
ତଥାପି ଜଙ୍ଗଲ କଟା ଚାଲିଛି । | 0female | |
ପୃଥିବୀର ସବୁ ଅଞ୍ଚଳରେ ସମାନ ଭାବରେ ବଣ ଜଙ୍ଗଲ କିମ୍ବା ଗଛଲତା ନଥାଏ । | 0female | |
ଏଥିପ୍ରତି ଆମେ ସେତେଟା ସଚେତନ ନୁହେଁ । | 0female | |
ଏହାଦ୍ଵାରା, ଆମର କେତେ କ୍ଷତି ହୁଏ ସେକଥା ସେମାନେ ବୁଝନ୍ତି ନାହିଁ । | 0female | |
ଏକ ସମୀକ୍ଷାରୁ ଜଣାପଡେ, ପୃଥିବୀର ଦୁଇ ତୃତୀୟାଂସ ଜଙ୍ଗଲ ଧ୍ଵଂସ ପାଇ ସାରିଛି। | 0female | |
ଜଙ୍ଗଲ ଧ୍ଵଂସର ପ୍ରଥମ ଏବଂ ପ୍ରଧାନ କାରଣ ହେଲା ଜଙ୍ଗଲ କଟା । | 0female |
Subsets and Splits
No community queries yet
The top public SQL queries from the community will appear here once available.